ସଙ୍ଗିନୀରେ ରାସ ରଙ୍ଗିନୀରେ With Lyrics

 ସଙ୍ଗିନୀରେ ରାସ ରଙ୍ଗିନୀରେ

ଦୋଷ କ୍ଷମା କର ଜୀବବନ୍ଧୁ ରୁଷନା ରେ । (ଘୋଷା)

ଯା କର ତୋ ପଦପଙ୍କଜ କିଙ୍କର
ରଙ୍କ ରତନ ମୃଗାଙ୍କ ଲପନା ରେ
ଶଙ୍କରଶତୃ ନିଃଶଙ୍କରେ ଦହୁଛି
ଅଙ୍କ ପର୍ଯ୍ୟଙ୍କ ମୋ ମଣ୍ଡୁ କିନା ରେ ।୧।

ଯୋଡ଼ି ପାଣି ଜଣାଉଛି ରାମାମଣି
ଧରଣୀରେ ନଖ ଗୀର ଳେଖନା ରେ
କିଣିଲା ଜନ ମୁଁ ତୋର ଆଜନମୁଁ
ତଳୁଁ ତୋଳ ଚାରୁ ବେଣୀ ଲୋଟାନା ରେ ।୨।

ମାନସରୁ ମାନ ସରୁ ସ୍ମରଣରୁ
ରଖ ନୂଆ ସରୁ ନୀଳବସନା ରେ
ଜୀବନାପସରୁ ପୀୟୁଷ ହାସରୁ
ଲବ ପ୍ରସରୁ ଖଞ୍ଜନ ନୟନା ରେ ।୩।

ଗୋକୁଳ କୁଳଜା ପରିଷଦ ରାଜା
ନ କଲେ କରୁଣା ମୁଁ ଜାଣ ତୋ ନାଁ ରେ
ରାଧେ ରାଧେ ବୋଲି ତୋ ସରସୀ
ସଲିଳରେ ଝାସିବାର ଶୁଣୁ ସିନା ରେ ।୪।

ଅବନତ ହୋଇ ଧରୁ ପଦ ଦୁଇ
ରାଧା ପ୍ରସନ୍ନତା କରି କଳନା ରେ
ଗଲେ ନିଜ ନିଜ କୁଞ୍ଜେ ଆଳୀବ୍ରଜ
ଗୋପାଳକୃଷ୍ଣ କରେ ଭାବନାରେ ।୫।

Comments

Popular posts from this blog

Maa Vaibhav Lakshmi Aarti Lyrics in English

Mantra Pushpam Lyrics In English - The Flower of Vedic Chants

Lord Jagannath Arati - Chaturbhuja Jagannatha Lyrics